ବୋଣ୍ଡିଓ ହେଉଛି କଣ ?

ବୋଣ୍ଡିଓ ଫସଲ ଗୁଡିକୁ ଲାଲ ଜଉର ପ୍ରକୋପରୁ ବଞ୍ଚାଉଥିବା ଏକ ଏଭଳି କୀଟନାଶକ, ଯାହା ଉଇ, ପୋକର ବିକାଶକୁ ନିୟନ୍ତ୍ରଣ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥାଏ।

ବୋଣ୍ଡିଓର ପ୍ରଭାବ ଲାଲ ଜଉର ଅଣ୍ଡା, ଲାର୍ଭା ତଥା ଛୋଟ ପୋକ ଗୁଡିକର ସମ୍ପର୍କରେ ଆସିଲେ ହୋଇଥାଏ। ଅଣ୍ଡା ଗୁଡିକର ନିଶ୍ବାସ ପ୍ରକ୍ରିୟା ଅଙ୍ଗ ଗୁଡିକ ବୃଦ୍ଧି ପାଇନଥାଏ ତଥା ଲାର୍ଭା ଓ ଛୋଟ ପୋକ ଗୁଡିକରେ ବିକାଶ ଠିକ ପ୍ରକାରରେ ହୋଇନଥାଏ। ଏହାର ପ୍ରଭାବ ପୁରୁଷ ଉଇ ପୋକ ଉପରେ । ପଡିନଥାଏ, କିନ୍ତୁ ମାଈ ଲାଲ ଜଉ ଉପରେ ଏହାର ପ୍ରଭାବ ପଡୁଥିବା ଯୋଗୁଁ ଅଣ୍ଡାରେ ଲାର୍ଭା ବୃଦ୍ଧି ପାଇନଥାଏ।

ବୋଣ୍ଡିଓ ସବୁ ତାପମାତ୍ରାରେ ପ୍ରଭାବଶାଳୀ ହୋଇଥାଏ ଏବଂ ବର୍ଷାରେ ମଧ୍ୟ ଏହାର ପ୍ରଭାବ ରହିଥାଏ। ସିଞ୍ଚନ କରିବାର 3-4 ଘଣ୍ଟା ପରେ ବର୍ଷା ହେଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ପ୍ରଭାବ ରହିଥାଏ।

ବୋଣ୍ଡିଓ-ମୁଖ୍ୟ ବିଶେଷ ଗୁଣ


Sumitomo borneo Pack shot and icon

ନୂଆ ସନ୍ଧାନ - ଲାଲ ଜଉରେ ପୂରୁଣା କୀଟନାଶକ ଦ୍ବାରା ପ୍ରତିରୋଧକ ମିଳିଥାଏ। ବୋଣ୍ଡିଓ ହେଉଛି ଏକ ନୂଆ କୀଟନାଶକ ଯାହାର ଉଇପୋକ ଉପରେ କୌଣସି ପ୍ରକାର ପ୍ରତିରୋଧକ ନଥାଏ।

ବୋଣ୍ଡିଓ ଲାଲ ଜଉର ଅଣ୍ଡା, ଲାର୍ଭା ତଥା ଛୋଟ ପୋକ ଅବସ୍ଥା ଗୁଡିକରେ ପ୍ରଭାବ ପକାଇଥାଏ ତଥା ପୁରୁଷ ମାଈ ଉଇ ପୋକର ପ୍ରଜନନ କ୍ଷମତାକୁ ପ୍ରଭାବ କରିଥାଏ।

ବୋଣ୍ଡିଓ ଅତ୍ୟନ୍ତ ଉଚ୍ଚମାନର କୀଟନାଶକ, ଯାହାର ଲାଭଦାୟକ କୀଟ ଗୁଡିକ ଉପରେ କୌଣସି ପ୍ରଭାବ ପଡିନଥାଏ।

ବୋଣ୍ଡିଓ ପତ୍ର ଗୁଡିକର ବାହାର ଭାଗରେ ପଶି ଭିତରେ କୋଷ ଗୁଡିକରେ ପ୍ରସାରିତ ହୋଇଥାଏ, ଯାହାଦ୍ୱାରା ପତ୍ର ଗୁଡିକର ପଛପଟେ ଲୁଚି ରହିଥିବା ଲାଲ ଜଉର ଅଣ୍ଡା, ଲାର୍ଭା ତଥା ଛୋଟ ପୋକ ଗୁଡିକ ମରିଯାଆନ୍ତି।

ବୋଣ୍ଡିଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥାଏ।

ବୋଣ୍ଡିଓ ହେଉଛି ଏକ ଅତି ସୁରକ୍ଷିତ କୀଟନାଶକ, ଯାହା ଉପରେ ସବୁଜ ରଙ୍ଗର ସଙ୍କେତ ରହିଥାଏ।

କାମ କରିବାର ନିୟମ: ବୋଣ୍ଡିଓର କାମ କରିବାର ଢଙ୍ଗ ଅତ୍ୟନ୍ତ ସ୍ବତନ୍ତ୍ର। ଏହା କାଇଟିନ (କାର୍ବୋହାଇଡ୍ରେଟ) ପ୍ରସ୍ତୁତ କରାଇବାରେ ରୋକିଥାଏ ଯାହାଦ୍ବାରା ଲାଲ ଜଉରଲାର୍ଭା ଓ ଛୋଟ ପୋକ ସେମାନଙ୍କର ବାହାର ଆବରଣକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରିପାରନ୍ତି ନାହିଁ ଏବଂ ସେହି ଅବସ୍ଥାରେ ରହିଥିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଏ।

ବୋଣ୍ଡିଓ-ପ୍ରୟୋଗ କରିବାର ନିୟମ


ପରିମାଣ - ଚାହା : 160 ମିଲିଲିଟର / ହେକ୍ଟର ପ୍ରତି, ଫଳ ପନିପରିବା: 160 ମିଲିଲିଟର / ହେକ୍ଟର ପ୍ରତି

ସମୟ - ଲାଲ ଜଉ ପ୍ରକୋପର ପ୍ରାରମ୍ଭିକ ଅବସ୍ଥାରେ ବୋଣ୍ଡିଓର ପ୍ରୟୋଗ କରିବା ଉଚିତ। ଯେତେବେଳେ ଗୋଟିଏ ପତ୍ରରେ 3-5 ଲାଲ ଜଉ ହୋଇଯାଏ, ସେତେବେଳେ ପ୍ରଥମ ସିଞ୍ଚନ କରିବା ଉଚିତ।

ପାଣି - 500 ଲିଟର / ହେକ୍ଟର ପ୍ରତି

ସାବଧାନତା ଗୁଡିକ -

ବୋଣ୍ଡିଓର ସିଞ୍ଚନ ଠିକ ଭାବେ କରନ୍ତୁ ଯଦ୍ବାରା କୀଟନାଶକ ପ୍ରତ୍ୟେକ ପତ୍ରରେ ପହଞ୍ଚି ପାରିବ।

ଯେତେବେଳେ ଗୋଟିଏ ପତ୍ରରେ ଲାଲ ଜଉର ସଂଖ୍ୟା 3 ରୁ 5 ହୋଇଥାଏ ସେତେବେଳେ ବୋଣ୍ଡିଓର ସିଞ୍ଚନ ଆରମ୍ଭ କରନ୍ତୁ।

ଗୋଟିଏ ଋତୁରେ ବୋଣ୍ଡିଓର ସିଞ୍ଚନ 2ଥରରୁ ଅଧୁକ କରନ୍ତୁ ନାହିଁ ।

ଆପଣ କଣ ବୋଣ୍ଡିଓ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ବୋଣ୍ଡିଓ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ବୋଣ୍ଡିଓ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ -

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.