ପୋର୍ଶନ କଣ ?
ପୋର୍ଶନ ହେଉଛି ଏକ ନୂଆ ରସାୟନ ଯାହାକୁ ଗଭୀର ବୈଗ୍ୟାନିକ ଗବେଷଣା ପରେ ଏଭଳି ବିକଶିତ କରାଯାଇଛି ଯାହା ଫଳରେ ଏହା ପ୍ରତେକ ଅବସ୍ଥାରେ ପୋକ ଗୁଡିକର ନିୟନ୍ତ୍ରଣ କରିପାରିବ। ପୋର୍ଶନର ଏହି ବିଶେଷ ଗୁଣ କୃଷକ ମାନଙ୍କୁ ବୟସ୍କ ପୋକ ଗୁଡିକ ସହିତ ପୋକ ଗୁଡିକର ଅଣ୍ଡା, ଲାର୍ଭା ଏବଂ ନିମ୍ଫ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ଯାହା କୃଷକ ମାନଙ୍କର ବଡ ଫସଲରେ କ୍ଷତି କରିଥାଏ। ଏହି ପ୍ରକାର ପୋର୍ଶନ ପୋକ ଗୁଡିକ ଉପରେ ଲମ୍ବା ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ ପ୍ରଦାନ କରିଥାଏ।
ପୋର୍ଶନ ପୋକ ଗୁଡିକ ଉପରେ କିଭଳି କାମ କରିଥାଏ ?
ପୋର୍ଶନ ହେଉଛି ଏକ କୀଟନାଶକ ଯେଉଁଥୁରେ IGR (ଇନ୍ଫୋକ୍ଟ ଗ୍ରୋଥ ରେଗୁଲେଟର) ଏବଂ GABA (ଗାମା ଆମିନୋୟୁରିଟିକ ଏସିଡ) ଉତ୍ତେଜକ କ୍ରିୟା ରହିଥାଏ। ସରଳ ଶବ୍ଦରେ ପୋର୍ଶନ ଏକ IGR ରୂପରେ ଅଣ୍ଡାକୁ ଫୁଟିବାରୁ ରୋକିଥାଏ ଏବଂ ନିମୋ (ଯାହା ସାଧାରଣତଃ ପତ୍ର, ଶାଖା ଓ ଫୁଲର ରକ୍ତ ଶୋଷନ୍ତି) କୁ ସେମାନଙ୍କର ଜୀବନ ଚକ୍ରର ଆଗାମୀ ପର୍ଯାୟରେ ବିକଶିତ ହେବାରୁ ରୋକିଥାଏ ଯାହାଦ୍ୱାରା ବହୁ ପରିମାଣର ଫସଲ ନଷ୍ଟ ହୋଇଥାଏI
GABA (ଗାମା ଆମିନୋ ବ୍ୟୁଟିରିକ ଏସିଡ) ଉତ୍ତେଜକ ଭାବେ ଏହି ବୟସ୍କ ପୋକ ଗୁଡିକର ପାଚନ ପ୍ରକ୍ରିୟାର କୋଷ ଗୁଡିକୁ ନଷ୍ଟ କରିଦେଇଥାଏ ଯାହା ଫଳରେ ସେଗୁଡିକର ଖାଇବା ଗତିବିଧି କାର୍ଯ୍ୟକାରୀ ହୋଇନଥାଏ, ସେମାନେ ଅକାମୀ ହୋଇଯାଆନ୍ତି ଏବଂ ଶେଷରେ ମରିଯାଆନ୍ତି। ଏହିଭଳି ଭାବେ ପୋର୍ଶନ ଅଣ୍ଡା, ଲାର୍ଭା, ନିମ୍ଫ ଏବଂ ବୟସ୍କ ସମସ୍ତ ପର୍ଯ୍ୟାୟର ପୋକ ଗୁଡିକ ସହିତ ମୁକାବିଲା କରିଥାଏ।
ବୁଢିଆଣୀ ଭାରତୀୟ କୃଷକ ମାନଙ୍କ ପାଇଁ ହେଉଛି ଏକ ମହତ୍ତ୍ବପୂର୍ଣ୍ଣ ପୋକ ଯାହା ବହୁତ ବଡ ସମସ୍ୟା ଉପୁଜାଇଥାଏ। ନିମ୍ଫ ଏବଂ ବୟସ୍କ ଉଭୟ ବିଭିନ୍ନ ଫସଲ ଯେଭଳିକି ଲଙ୍କା, ଟମାଟ, ବାଇଗଣ, କପା, ଚାଉଳ, ଚାହା, ଖଟା ଫଳ, ସେଓ ଏବଂ ଫୁଲ ଗୁଡ଼ିକର ହାନି କରିଥାଆନ୍ତି।
ବୁଢିଆଣୀ, ଛୋଟ, କଣା କରୁଥିବା ଓ ଶୋଷୁଥିବା ପୋକ ଗୁଡିକର ଯଦି ଅବହେଳା କରାଯାଏ ତେବେ ଫସଲ ଗୁଡିକ ପାଇଁ ଗମ୍ଭୀର ବିପଦ ସୃଷ୍ଟି ହୋଇଥାଏ ଏବଂ କୃଷକ ମାନଙ୍କର ବହୁତ କ୍ଷତି ଓ ଆର୍ଥିକ ହାନି ହୋଇପାରେ।
କୃଷକ ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରକାରର ଏକ୍ରାଇସାଇଡସର ଉପଯୋଗ କରୁଛନ୍ତି, କିନ୍ତୁ ଦୃତ ଭାବେ ବଢୁଥିବା ସଂଖ୍ୟାକୁ ନିୟନ୍ତ୍ରଣ କରିବା ଏକ ସମସ୍ୟା ହୋଇରହିଛି।
କାରଣ ବୟସ୍କ ଏବଂ ନିମ୍ଫ ଉଭୟ ଫସଲକୁ ଖାଇ ବଡଧରଣର କ୍ଷତି କରିଥାଆନ୍ତି ତେଣୁ ଉଭୟ ପର୍ଯାୟକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଏଥପାଇଁ ସୁମିଟୋମୋ କେମିକାଲ ଇଣ୍ଡିଆ ଲିମିଟେଡ ପୋର୍ଶନ ପ୍ରସ୍ତୁତ କରିଛି ଯାହା ଥରକରେ ଦୁଇଟିଯାକକୁ ନିୟନ୍ତ୍ରଣ କରିପାରିବ।
ପୋର୍ଶନ ବୁଢିଆଣୀ (ମାଇଟିସ୍ )ର ସମସ୍ତ ପର୍ଯ୍ୟାୟକୁ ନିୟନ୍ତ୍ରିତ କରିଥାଏ।
ତୁରନ୍ତ ପ୍ରଭାବଶାଳୀ କାମ କରିଥାଏ।
ଅନ୍ତପ୍ରବାହୀ (Translaminar) ଏବଂ ପ୍ରଣାଳୀକ (Systemic) କ୍ରିୟା
ଦୀର୍ଘକାଳୀନ ନିୟନ୍ତ୍ରଣ (ଲମ୍ବା ସମୟର ଉଦ୍ଧାର)
ସେହି ମାଇଟିସ୍ କୁ ସମାପ୍ତ କରିଥାଏ ଯେଉଁ ଗୁଡିକର ଅନ୍ୟ କୀଟନାଶକ ଗୁଡିକ ପ୍ରତି ସହନଶକ୍ତି ବିକଶିତ ହୋଇସାରିଥାଏ।
ପ୍ରତି ଏକର ପାଇଁ ନିୟନ୍ତ୍ରଣ ଖର୍ଚ କମ ହୋଇଥାଏ।
ବର୍ଷାରେ ଭଲ ସହନଶୀଳତା
ପୋର୍ଶନ: ବୁଢିଆଣୀର ସମସ୍ତ ପର୍ଯ୍ୟାୟକୁ ପ୍ରଭାବିତ କରିଥାଏ।
ଉପଯୋଗର ସମୟ: ପୋର୍ଶନର ଉପଯୋଗ ବୁଢିଆଣୀ ଦେଖିବା ମାତ୍ରେ ପ୍ରାରମ୍ଭିକ ଅବସ୍ଥାରେ କରନ୍ତୁ (3-5 ମାଇଟ୍/ପତ୍ରରେ)
ପରିମାଣ: 180 ମିଲି/ଏକର
ସିଞ୍ଚନ ପାଇଁ ବ୍ୟବହାର ହେବାକୁଥିବା ପାଣି / ଏକର: 200 ଲିଟର
ପୋର୍ଶନ ଉପଯୋଗ କରିବା ସମୟରେ ସାବଧାନତା :
ପୋର୍ଶନ ସିଞ୍ଚନ କରିବା ସମୟରେ ବହୁଳ ପରିମାଣରେ ପାଣି ବ୍ୟବହାର କରନ୍ତୁ।
ଫସଲରେ ସିଞ୍ଚନ ସଠିକ ଜାଗାରେ ହେଉଥିବା ସୁନିଶ୍ଚିତ କରନ୍ତୁ।
ପୋର୍ଶନର ଉପଯୋଗ ବୁଢିଆଣୀର ଉପସ୍ଥିତିର ପ୍ରାରମ୍ଭିକ ଅବସ୍ଥାରେ କରନ୍ତୁ (3-5 ମାଇଟ୍/ପତ୍ରରେ)
ଯଦି ଆପଣଙ୍କୁ ପୋର୍ଶନ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ
ସୁରକ୍ଷା ସମ୍ବନ୍ଧୀୟ ସୂଚନା:
***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.